![](https://indokalingtimes.com/wp-content/uploads/2025/01/modi-01-1024x750.jpeg)
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସ ଓ ଆମେରିକାକୁ 4ଦିବସୀୟ ଗସ୍ତରେ ଯାଇଛନ୍ତି । ଦୁଇ ଦେଶକୁ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ପ୍ୟାରିସରେ ଏଆଇ ଆକ୍ସନ ସମିଟର ସହ ଅଧ୍ୟକ୍ଷତା କରିବାକୁ ଏବଂ ଆମେରିକାରେ ତାଙ୍କ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ନେଇ ଉତ୍ସାହିତ ଅଛନ୍ତି ।
ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଓ ଆମେରିକାର ଯାତ୍ରା ପୂର୍ବରୁ ନିଜ ପ୍ରସ୍ଥାନ ବକ୍ତବ୍ୟରେ କହିଛନ୍ତି ଯେ, ରାଷ୍ଟ୍ରପତି ମେକ୍ରୋଙ୍କ ନିମନ୍ତ୍ରଣ କ୍ରମେ ସେ ଫେବୃୟାରୀ 10ରୁ 12 ଯାଲ ଫ୍ରାନ୍ସ ଯାତ୍ରାରେ ରହିବେ । ସେ କହିଛନ୍ତି ଯେ, ସେ ପ୍ୟାରିସରେ ଏଆଇ ଆକ୍ସନ ସମିଟର ସହ-ଅଧ୍ୟକ୍ଷତା କରିବା ପାଇଁ ଉତ୍ସୁକ ଅଛନ୍ତି । ସେଠାରେ ବିଶ୍ୱ ନେତା ଓ ବୈଶ୍ୱିକ ଟେକ୍ନିକାଲ ସିଇଓଙ୍କ ଏକ ସଭା ହେବ, ଯେଉଁଠି ଆମେ ସମବେଶୀ, ସୁରକ୍ଷିତ ଓ ଭରସାଯୋଗ୍ୟ ପ୍ରଣାଳୀରେ ଉଦ୍ଭାବନ ଓ ବ୍ୟାପକ ସାର୍ବଜନୀନ କଲ୍ୟାଣକୁ ନେଇ ଏଆଇ ପ୍ରଯୁକ୍ତିବିଦ୍ୟା ପାଇଁ ସହଯୋଗୀ ଦୃଷ୍ଟିକୋଣରେ ବିଚାରର ଆଦାନ ପ୍ରଦାନ କରିବୁ ।
ସେ ଫ୍ରାନ୍ସରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତ କରିବେ । ସେ ତାଙ୍କ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ଉତ୍ସୁକ ଥିବା କହିଛନ୍ତି ।