![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ୱାଶିଂଟନ-ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ସ୍ୱପ୍ନ ଯେ ଗାଜାଷ୍ଟ୍ରିପର ଯୁଦ୍ଧଗ୍ରସ୍ତ ଅଞ୍ଚଳ ବିଶ୍ୱର ସର୍ବବୃହତ୍ ରିୟଲ ଇଷ୍ଟେଟ କେନ୍ଦ୍ର ହେବା ।ଟ୍ରମ୍ପ ରବିବାର ଗାଜାର ପୁନର୍ବିକାଶ ପାଇଁ ନିଜର ଯୋଜନାକୁ ଦ୍ୱିଗୁଣିତ କରି ଏହି ସଙ୍କେତ ଦେଇଛନ୍ତି।ନ୍ୟୁ ଆରଲିୟନ୍ସରେ ସୁପର ବାଉଲ ଗ୍ରସ୍ତ ସମୟରେ ଟ୍ରମ୍ପ ଏୟାର ଫୋର୍ସ ୱନରେ ଗଣମାଧ୍ୟମକୁ କହିଛନ୍ତି ଯେ -ଆମେ ଶୀଘ୍ର ମଧ୍ୟ ପୁର୍ବରେ ସ୍ଥିରତା ଆଣିବାକୁ ଯାଉଛୁ।
ସୀଏନଏନ ଖବରରେ ଟ୍ରମ୍ପଙ୍କ ଏହି ଯୋଜନାର ସୁଚନା ଦେଇଛନ୍ତି।ଟ୍ରମ୍ପ କହିଛନ୍ତି -ମୋତେ ଲାଗୁଛି ଯେ ଫିଲିସ୍ଥାନୀୟ କିମ୍ବା ଗାଜାରେ ରହୁଥିବା ଲୋକଙ୍କୁ ପୁଣି ଥରେ ଫେରିବାକୁ ଅନୁମତି ଦେବା ଏକ ବଡ ଭୁଲ।ଆମେ ଚାହୁଁନାହୁଁ ଯେ ହମାସ ଫେରିଯାଉ।ହମାସ ଏବଂ ଲୋକମାନେ ଏହାକୁ ଏକ ବଡ ରିୟଲ ଏଷ୍ଟେଟ ସାଇଟ ଭାବରେ ଭାବନ୍ତି।ସଂଯୁକ୍ତ ରାଜ୍ୟ ଆମେରିକା ଏହାର ମାଲିକ ହେବାକୁ ଯାଉଛି।ଆମେ ଧୀରେ ଧୀରେ ବହୁତ କିଛି କରିବୁ।ଆମେ ତତ୍ପର ନୁହେଁ।ଆମେ ଗାଜାଷ୍ଟ୍ରିପର ବିକାଶ କରିବୁ।