![](https://indokalingtimes.com/wp-content/uploads/2025/02/47345c88c7246930f2d19df56d42167a_2110271657-1024x768.jpg)
ପୁରୀ– ଏସସିଏସ କଲେଜ ସମ୍ମୁଖ ରାସ୍ତା ପାର୍ଶ୍ବରେ ରହିଛି ଅନେକ ଔଷଧୀୟ ଅର୍ଜୁନ ଗଛ । ଏହି ଗଛର ଛାଲି ବ୍ଯବହାରରେ ଅନେକ ପୁରାତନ ରୋଗ ଭଲ ହୁଏ । ଏହି ବିରାଟ ଧ୍ରୁମକାୟ ଗଛ ସହର ମଧ୍ଯରେ ବାଡି ବଗିଚାରେ ନଥିବା ବେଳେ କଲେଜ ଛକରେ ରହିଛି । ଏବେ କିଛିଦିନ ଧରି ଅନେକ ଲୋକ ଗଛର ଛାଲି ଗୁଡିକ କାଟି ନେବା ଫଳରେ ଗଛ ମରିଯିବାର ସମ୍ଭାବନା ରହିଛି । ଗଛ ଗୁଡିକ ଛାଇ ପ୍ରଦାନ କରିବା ସହ ପରିବା ପସରା ଓ ଠେଲା ଗାଡି ବ୍ଯବସାୟୀ ମାନେ ଛାଇ ତଳେ ବସି ବ୍ଯବସାୟ କରୁଛନ୍ତି । ପୁରୀ ପୌରସଂସ୍ଥା ପକ୍ଷରୁ ଏହି ଗଛମୂଳ ସୁରକ୍ଷା କରି ତାର ଜାଲି ଦ୍ବାରା ଆବଦ୍ଧ କରିବା ପାଇଁ ବୃକ୍ଷପ୍ରେମୀ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏହି ଔଷଧୀୟ ବୃକ୍ଷରେ ମାର୍ଚ୍ଚରୁ ଜୁନ ମଧ୍ଯରେ ଫୁଲ ଫୁଟୁଥିବା ବେଳେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ଯରେ ଫଳ ଧରିଥାଏ । ଏହାର ଫୁଲ, ଫଳ, ପତ୍ର, ଛେଲି ଓ ଚେର ବହୁ ରୋଗ ଉପଶମ କରିଥାଏ । ଏହାର ଇଂରାଜୀ ନାମ ଟର୍ମିନାଲିଆ ଅର୍ଜୁନ । ଏହାର ଛେଲି ଗରମ ପାଣିରେ ସିଝାଇ ଛାଣିବା ସହ ନଖ ଉଷୁମ ଥାଇ ପିଇଲେ ହୃଦରୋଗ, ରକ୍ତଜମାଟ, ମୋଟାପଣ, କଫ, ପିତ, ପ୍ରମେହ ରକ୍ତପିତ, ରକ୍ତ ଦୋଷ ଓ ମୁହଁରୁ ବ୍ରଣ ଭଲ କରିଥାଏ । ଏହାର ଛେଲିକୁ ଚୂର୍ଣ୍ଣ କରି ସେବନ କଲେ ବହୁମୂତ୍ର ରୋଗ ଭଲ ହୋଇଥାଏ । ଏହାର ଫୁଲ, ପତ୍ର ବାଟି ଦେହରେ ଲଗାଇଲେ ଚମ ଉକୁଣୀ ନାଶ ହୋଇଥାଏ । ଛେଲି ପାଣି ସହ ଗାଇ ଦୁଧ ମିଶାଇ ସେବନ କଲେ ପୁରାତନ ହୃଦରୋଗ ଭଲ ହୋଇଥାଏ । ହାର୍ଟ ଓ ଲିଭର ସମସ୍ଯା ଦୂର କରେ । କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ପାଇଁ ଏହା ରାମବାଣ ପରି କାମ ଦିଏ । ରାଜଯକ୍ଷ୍ମା (ଟିବି) ରୋଗରୁ ଉପଶମ ମିଳିଥାଏ। ଛେଲି ଗୁଣ୍ଡ ସହ ମେହେନ୍ଦି ମିଶାଇ ମୁଣ୍ଡ କେଶରେ ଲଗାଇଲେ ଧଳାବାଳ କଳା ହୋଇଥାଏ । ଏହାର ପାଣି ହାର୍ଟ ବିଟକୁ ନର୍ମାଲ କରେ । ପୋଡା ଘାରେ ଛାଲି ଗୁଣ୍ଡ ଲଗାଇଲେ ଘା ଶିଘ୍ର ସୁଖି ଯାଇଥାଏ । ପ୍ରସୂତି ପରେ ମହିଳାଙ୍କ ପେଟରେ ମାଂସପେଶୀର ଢିଲା ପଣକୁ ଏହାର ଛାଲି ପେଷ୍ଟ ଲଗାଇଲେ ଚର୍ମ ଟାଇଟ ହୋଇଥାଏ । ଲିଭର ପାଇଁ ଏହି ପାଣି ଅମୃତ ପରି କାମ ଦିଏ । ପୌରସଂସ୍ଥା ଏହି ଗଛର ସୁରକ୍ଷା ନକଲେ ସହର ମଧ୍ଯରେ ଥିବା ଏହି ବହୁ ମୂଲ୍ଯ ଔଷଧୀୟ ଗଛ ଲୋପ ପାଇବାର ସମ୍ଭାବନା ଦେଖାଦେବ ବୋଲି ସହରବାସୀ ମତ ଦେଇଛନ୍ତି ।