![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞାମ– ଗଞାମ ଜିଲାରେ ମାଟ୍ରିକ ପରୀକ୍ଷା ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୧ ତାରିଖରୁ ପରୀକ୍ଷା ଆରମ୍ଭ ହେବ।ଗଂଜାମ ଜିଲାର ୨୧୭ଟି କେଂଦ୍ରରେ ମୋଟ ୪୩ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ଗୁଡିକ ସୁରକ୍ଷିତ ରଖିବା ପାଇଁ ୧୬ଟି ନୋଡାଲ ସେଣ୍ଟର କରାଯାଇଛି । ପରିକ୍ଷାରେ ସ୍ୱଛତା ରକ୍ଷା ପାଇଁ ପ୍ରାଥମିକ ସମସ୍ତ କେଂଦ୍ରରେ ସିସିକ୍ଯାମେରା ସଂଯୋଗ କରାଯାଇଛି । ଗତବର୍ଷ ସମ୍ବେଦନଶୀଳ ପରୀକ୍ଷା କେଂଦ୍ର ପାଇଁ ଅତ୍ଯାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆର) ବେସଡ ୱେବକାଷ୍ଟିଙ୍ଗ କରାଯାଇଥିଲା। ଚଳିତବର୍ଷ ମଧ୍ୟ ଏହି ବ୍ଯବସ୍ଥାକୁ ବଳବତ୍ତର ରଖାଯାଇଛି ।