ନୂଆଦିଲ୍ଲୀ– ଏକନାଥ ସିନ୍ଦେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ରର ଲୋକପ୍ରିୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକାନଥ ସିନ୍ଦେଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଆପଣ ସର୍ବଦା ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଛନ୍ତି ଏବଂ ରାଜ୍ୟର ଉତ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ମୁଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ସ୍ୱାସ୍ଥ୍ୟପୂର୍ଣ୍ଣ ଜୀବନ ଓ ଦୀର୍ଘାୟୁ କାମନା କରୁଛି ।