-
ଦୁବାଇ, ସିଙ୍ଗାପୁର ଛାତ୍ରମାନେ ଯୋଗଦେଲେ
ପୁରୀ – ମାଲଭି ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଏନଆଇଟି), ଜୟପୁର ପକ୍ଷରୁ ପୁରୁଣା ଛାତ୍ରମାନଙ୍କର ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ପୁରୀ-କୋଣାର୍କ ରାସ୍ତା ପାଶ୍ୱର୍ରେ ଥିବା ତୋଷାଳୀ ସ୍ୟାଣ୍ଡସ ଠାରେ ଅନୁଷ୍ଠିତ ହୋଇଯାଇଛି । ଶହେରୁ ଉର୍ଦ୍ଧ୍ୱ ପରିବାର ଏଥିରେ ସାମିଲ ହୋଇଥିଲେ । ଦୁବାଇ, ସିଙ୍ଗାପୁର ଓ ଅନ୍ୟ ଦେଶରୁ ମଧ୍ୟ ବନ୍ଧୁମାନେ ଯୋଗ ଦେଇଥିଲେ । ବନ୍ଧୁମାନେ ପୁରୁଣା ଦିନର ସ୍ମୃତିକୁ ମନେ ପକେଇବା ସହ ନୃତ୍ୟ, ଗୀତରେ ମସଗୁଲ ହୋଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ଓ ସମୁଦ୍ରକୂଳରେ ବୁଲିଥିଲେ । ବିଚରେ ଭଲିବଲ-କ୍ରିକେଟ, ସମୁଦ୍ର ସ୍ନାନ, ପିଲାଙ୍କ ସହ ଖେଳିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ହୋଇଥିଲେ । ହୋଟେଲର ପ୍ରାକୃତିକ ପରିବେଶ ମଧ୍ୟରେ ଓଡ଼ିଶୀ ନୃତ୍ୟ, ମ୍ୟୁଜିକାଲ ନାଇଟ, ସଙ୍ଗୀତ ବେଶ ଉପଭୋଗ୍ୟ ହୋଇଥିଲା । ଅନୁଷ୍ଠାନର ୧ମ ବ୍ୟାଚର ୧୩ଜଣ ପୁରୁଣା ଛାତ୍ର ଯୋଗଦାନ ଯୋଗୁଁ ସଂଗଠନ ଗୌରବାନ୍ୱିତ ହୋଇଥିଲା । ସାଙ୍ଗମାନଙ୍କ ଦ୍ୱାରା ତବଲା ବାଦନ ଓ ଅନ୍ୟାନ୍ୟ ଯନ୍ତ୍ର ସଙ୍ଗୀତ ବାଦ୍ୟ ସହ ଭଜନ ଓ କଣ୍ଠଦାନ ବେଶ ଉପଭୋଗ୍ୟ ହୋଇଥିଲା । ୧୯୮୫ ବ୍ୟାଚର ଛାତ୍ର ଆଇଏଏସ ଅନିଲ କୁମାର ସାମଲ, ମନମୋହନ ବେହେରା, ଭାଗ୍ୟଧର ଭୋଇ, ରଞ୍ଜିତ ଦାସ, ଶକ୍ତି ଦାସ, ଅମିୟ ପାତ୍ର, ମିତ୍ରଦତ ମହାପାତ୍ର, ବିଶ୍ୱଜିତ ମିଶ୍ର, ଭଗବାନ ସେଠୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଆଇଏଫଏସ ଖୁସବନ୍ତ ସିଂ ତାଙ୍କ ଶୈଳୀରେ ସମସ୍ତଙ୍କୁ ଖୁସି କରିଥିଲେ । ଏମଏନଆଇଟିର ନିର୍ଦ୍ଦେଶକ ଉଦୟ କୁମାର, ପ୍ରଫେସର ଲୁଭ ଭର୍ଗଭ ଓ ପ୍ରଫେସର ପୱନ କାଲିଆ ସମସ୍ତଙ୍କୁ ଖୁସି କରାଇଥିଲେ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ, ସମୁଦ୍ରକୂଳରେ ଫଟୋ ଓ ସେଲଫିର ମଜା ନେଇଥିଲେ । ଶେଷରେ ଅନୁଷ୍ଠାନର ଆୟୋଜକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।