![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ– ଆମ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ଆତିଶୀ ବିଧାନସଭା ନିର୍ବାଚନ ଫଳଫଳ ଆସିବା ପରେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳ (ଏଲଜି) ବିନୟ କୁମାର ସକ୍ସେନା ସପ୍ତମ ବିଧାନସଭାକୁ ମଧ୍ୟ ଭଙ୍ଗ କରିଛନ୍ତି । ଆତିଶୀ ରବିବାର ସକାଳେ ରାଜନିବାସ ପହଂଚି ଥିଲେ ଏବଂ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ନିଜ ଇସ୍ତଫା ହସ୍ତାନ୍ତର କରିଥିଲେ । ଆତିଶୀ ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସୁଷମା ସ୍ୱରାଜ ଏବଂ ଶିଲା ଦିକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ।