![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ– ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ୟୁନିଭରସିଟି ସହିତ ଜଡ଼ିତ ଇନଷ୍ଟିଚ୍ୟୁଟ ଏନଡିଆଇଏମ ର ଛାତ୍ର ଜିୟୁଓ ବିସ୍ମୟା ବିନୁ ଡେହରାଡୁନରେ ଚାଲିଥିବା ୩୮ତମ ରାଷ୍ଟ୍ରିୟ କ୍ରୀଡ଼ାରେ କଲାରୀପୟଟଟୁ ଖେଳରେ ନିଜର ଅସାଧାରଣ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ସେ ଏହି ପ୍ରତିଯୋଗିତାରେ ତଲୱାର ଏବଂ ଢ଼ାଲ ଶ୍ରେଣୀରେ ରୌପ୍ୟ ପଦକ ଏବଂ ଉର୍ମି ଏବଂ ଢ଼ାଲ ଶ୍ରେଣୀରେ କାଂସ୍ୟ ପଦକ ହାସିଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ଦିଲ୍ଲୀର ପ୍ରତିନିଧିତ୍ୱ କରିଥିଲେ । ଏହି ୩୮ତମ ରାଷ୍ଟ୍ରିୟ କ୍ରୀଡ଼ା ଉତରାଖଣ୍ଡର ଡେହରାଡୁନରେ ଜାନୁଆରୀ ୨୮ରୁ ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।