![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବିଜାପୁର– ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଫରସେଗଢ଼ ଥାନା ଅନ୍ତର୍ଗତ ନେଶନାଲ ପାର୍କ ଅଂଚଳରେ ରହିଥିବା ଜଙ୍ଗଲରେ ରବିବାର ସକାଳ ୮ଟା ୩୦ରେ ନକ୍ସଲ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ସଂଘର୍ଷରେ ୧୨ ଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ଏହି ସଂଘର୍ଷରେ ୨ ଜଣ ଯବାନ ସହିଦ୍ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନଙ୍କୁ ସେଠାରୁ ଫେରାଇ ଆଣିବା ନିମନ୍ତେ ଜଗଦଳପୁରରୁ ହେଲିକପ୍ଟର ପଠାଯାଇଛି । ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ଘଟଣାସ୍ଥଳରୁ ନକ୍ସଲଙ୍କ ଶବ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ଜବତ ହୋଇଛି । ଏହି ଅଂଚଳ ମହାରାଷ୍ଟ୍ର ସୀମାକୁ ଲାଗି ରହିଛି । ବସ୍ତର ଆଇଜି ସୁନ୍ଦରରାଜ ପି. ଏହି ସୂଚନା ଦେବା ସହିତ କହିଛନ୍ତି ଯେ, ସଂଘର୍ଷରେ ୧୨ ଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ସମସ୍ତଙ୍କ ଶବ ଜବତ କରାଯାଇଛି । ମୃତକ ମାନଙ୍କ ଶବ ଚିହ୍ନଟ କରାଯାଉଛି । ଅନ୍ୟପକ୍ଷରେ ଏହି ସଂଘର୍ଷରେ ୨ ଜଣ ଯବାନ ସହିଦ୍ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଦୁଇ ଯବାନଙ୍କ ଅବସ୍ଥା ବିପଦମୁକ୍ତ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତିରିକ୍ତ ବଳକୁ ଘଟଣାସ୍ଥଳକୁ ପଠାଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ବିସ୍ତୃତ ବିବରଣୀ ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ ଜାରି କରାଯିବ ।