ପୁରୀ– ମହାପ୍ରଭୁଙ୍କ ପାଇଁ ପୁରୀ ପରିଚିତ। ପୁରୀ ପର୍ଯ୍ୟଟନ ଓ ତୀର୍ଥ କ୍ଷେତ୍ର ଭାବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ଯାହା ଆମର ଅର୍ଥନୀତିର ଏକ ପ୍ରମୁଖ ଅଂଶ। ତେଣୁ ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ସୁଖଦ ଅନୁଭବ ପ୍ରଦାନରେ ଟ୍ରାଭେଲ ଏଜେଣ୍ଟ ମାନେ ସଂକଳ୍ପ ବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ପୁରୀ ରେଲୱେ ଷ୍ଟେସନ ଠାରେ ଶୁକ୍ରବାର ସଂଧ୍ୟାରେ ଓଁ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ଖୁଣ୍ଟିଆ ପର୍ଯ୍ୟଟକଟିଏ ବିଭିନ୍ନ ଅଞ୍ଚଳ ପରିଭ୍ରମଣ ସମୟରେ ସୁନ୍ଦର ଆତେଥେୟତା, ସୁରକ୍ଷା, ସମ୍ମାନ, ଆନୁସଙ୍ଗିକ ସୁବିଧା ଓ ଆଦର, ଯତ୍ନ ଖୋଜିଥାଏ।ଏହା ଯଦି ଉପଯୁକ୍ତ ଭାବେ ପ୍ରାପ୍ତ ହୁଏ ତେବେ ସେ ସବୁ ପ୍ରଚାର ପ୍ରସାରରେ ସହାୟକ ହୋଇ ଅଧିକରୁ ଅଧିକ ପର୍ଯଟକଙ୍କୁ ଆକୃଷ୍ଟ କରିଥାଏ। ଭବିଷ୍ୟତରେ ପର୍ଯ୍ୟଟକଙ୍କ ପାଇଁ ଭଲ କାମ କରୁଥିବା ଓ ସହଯୋଗ ଦେଉଥିବା ପର୍ଯ୍ୟଟନ ସହାୟକ, ଏଜେଣ୍ଟ, ଅଟୋ ଚାଳକ ଇତ୍ୟାଦିଙ୍କୁ ସମ୍ବର୍ଦ୍ଧିତ କରି ପ୍ରୋତ୍ସାହିତ କରିବାକୁ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଟ୍ରାଭେଲ ସଂସଦ ପୁରୀ ର ସଭାପତି ଗିରିଶ ଚନ୍ଦ୍ର ନାୟକ, ଟ୍ରାଭେଲ ସଂସଦ ପୁରୀ ର ସମ୍ପାଦକ ଯୁବବ୍ରତ କର ପ୍ରମୁଖ ଯୋଗ ଦେଇ ଟ୍ରାଭେଲ ଏଜେଣ୍ଟ ଙ୍କ ଦାୟିତ୍ୱ, ପର୍ଯ୍ୟଟକଙ୍କ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ସଭାପତି ଅକ୍ଷୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଉପ ସଭାପତି ଉମା ଶଙ୍କର ସାହୁ, ସହ ସମ୍ପାଦକ ଶଶିକାନ୍ତ ରାଓ, କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ଗୋପୀନାଥ ସ୍ବାଇଁ, ସଦସ୍ୟ ଅଜୟ ମହାରଣା, ବାସୁଦେବ ସ୍ବାଇଁ, ଶ୍ୟାମ ସୁନ୍ଦର ପ୍ରଧାନ, ନାରାୟଣ ପ୍ରସାଦ ମହାନ୍ତି, ପ୍ରକାଶ ପ୍ରଧାନ, ଆର ଶକ୍ତି ରେଡି,ଲୋକନାଥ ଚୌଧୁରୀ, ଏସ ଗୋପୀ ରେଡି ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ବାପି ଓ ସାଥି ମାନେ ଭଜନ ସଂଧ୍ୟା, ଗୁରୁ ରୋଜାଲିନ ମହାନ୍ତି ଙ୍କ ଦ୍ବାରା ପ୍ରସ୍ତୁତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସମ୍ପାଦକ କାହ୍ନୁ ଚରଣ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।ଆଲୋକ କୁମାର ମହାପାତ୍ର ଓ ଶେଷଦେବ ନନ୍ଦ ମଞ୍ଚ ପରିଚାଳନା କରିଥିଲେ।