ଭୁବନେଶ୍ୱର – କରୋନା ଭାଇରସ୍ ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଆବଶ୍ୟକ ହେଉଥିବା କିଟ୍ ଆଣିବାର ବ୍ୟବସ୍ଥା କରାଯାଇଛି । ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ନାସ କହିଛନ୍ତି ଯେ କରୋନା ଭାଇରସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ରାଜ୍ୟର ୪ ଟି ମେଡିକାଲରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ହସ୍ପିଟାଲ ଗୁଡିକରେ ମଧ୍ୟ ଆଇସୋଲେସନ୍ ୱାର୍ଡ ଖୋଲିବାକୁ କୁହାଯାଇଛି ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024