![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ– ଦିଲ୍ଲୀରେ ଭୋଟଗଣତି ଆରମ୍ଭ ହୋଇଛି । ଆଜି ସକାଳ 8ଟା ବେଳେ ଭୋଟଗଣତି ଆରମ୍ଭ ହୋଇଛି । ଏଥିପାଇଁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ 19ଟି ମତଗଣନା କେନ୍ଦ୍ର ଗଠନ ହୋଇଛି । ବାଲାଟ ପେପର ଭୋଟ ଗଣତି ପରେ ଇଲୋକ୍ଟ୍ରୋନିକ୍ସ ଭୋଟର ମେସିନ ଗଣତି ହେବେ । ମତଗଣନା କେନ୍ଦ୍ର ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏକଜିଟ ପୋଲରେ ବିଜେପି ଆଗୁଆ
ଅଧିକାଂଶ ଏକଜିଟ ପୋଲ ବିଜେପିର ସବୁଠୁ ବଡ ଦଳ ଭାବେ ଉଭା ହେବା ନେଇ ଭବିଷ୍ୟବାଣୀ କରିଛନ୍ତି । ଦିଲ୍ଲୀରେ ଏଥର 60.45 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପ୍ରାୟ 94,51,997 ଲୋକ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।