![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ଓଡ଼ିଶା ଲୋକସେବା ଆୟୋଗ (ସେବାସର୍ତ୍ତାବଳୀ) ବିନିୟମ, ୧୯୫୨ରସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ଦିଆଯାଇଛି ।
ଏହି ସଂଶୋଧନ ଅନୁସାରେ ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ ଟ୨,୨୫,୦୦୦ଙ୍କା ଓ ମାସିକ ଟ୧,୮୨,୦୦୦ଙ୍କା ଠାରୁ ଅଧିକ ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମବେତନରୁ ମୋଟ ପେନ୍ସନ୍ରାଶିକୁ ବାଦ୍ଦେଲା ପରେ ଯେଉଁ ରାଶି ଉପନୀତହେବ, ତାକୁ ପାଇବାକୁ ହକ୍ଦାର ହେବେ ।