
ଭୁବନେଶ୍ୱର, ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡ଼ିଶା ଜିଲ୍ଲା ତଥା ସିଭିଲ୍ କୋର୍ଟର ଜୁଡ଼ିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି।