![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର,ରାଜ୍ଯର କ୍ରୀଡ଼ା ଭିତ୍ତିଭୂମିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ୩୧୪ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ଵାରା କ୍ରୀଡ଼ା ଭିତ୍ତିଭୂମି ଆହୁରି ସୁଦୃଢ ହେବ। ଏଥିପାଇଁ ପର୍ଯ୍ୟାୟ କ୍ରମେ ୫ବର୍ଷ ପାଇଁ ୪,୧୨୪କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି ।
ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ୮ ରୁ ୧୦ଏକର ଜମିରେ ନିର୍ମାଣହେବ,ଏବଂ ଏଥିରେ ଫୁଟବଲ କିମ୍ୱା କ୍ରିକେଟପଡ଼ିଆ, ଥ୍ରୋ ଓ ଜମ୍ପ ସହିତ ଆଥଲେଟିକ୍ ଟ୍ରାକ ଭଲିବଲ୍, ଖୋଖୋ, କବାଡ଼ି କୋର୍ଟ, ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି ଖେଳର ସୁବିଧା ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯିବ।