![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ଗମନାଗମନ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ନୂତନ ସେତୁ ନିର୍ମାଣକୁ ଗୁରୁତ୍ଵ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଦ୍ଵିତୀୟ ସେତୁ ନିର୍ମାଣ, ମହାନଦୀ ଉପରେ ଝାରସୁଗୁଡା ଜିଲ୍ଲାର ପୂଜାରୀପଲ୍ଲୀ ଘାଟଠାରେ ଏକ ସେତୁ ନିର୍ମାଣ, କଟକ ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ଏକ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟବାସୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେବା ସହ ରାଜ୍ଯର ସାମଗ୍ରିକ ବିକାଶ ଏବଂ ସୁଦୃଢ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ପାଇଁ କ୍ଯାବିନେଟରେ ଗୁରତ୍ଵ ଦିଆଯାଇଛି। ଯାହାକି ରାଜ୍ୟବାସୀଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାରେ ନିଶ୍ଚୟ ସହାୟକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।