![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର – ଓଡ଼ିଶା ସରକାର ମଧ୍ୟ ଏହି ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍)କୁ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ କର୍ମଚାରୀ ମାନେ ଏନପିଏସ ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ସ୍ଥିର କରିଛନ୍ତି । ମୁଖ୍ୟମନ୍ରୀିନ ମୋହନ ଚରଣ ମାଝୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍)ର ପ୍ରମୁଖ
ବୈଶିଷ୍ଟ୍ୟ ଗୁଡ଼ିକ ହେଲା : ସୁନିଶ୍ଚିତ ପେନ୍ସନ୍ : ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ପେ’ର, ୫୦ ପ୍ରତିଶତ ହାରରେ ପେନ୍ସରନମିଳିବ । ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନ୍ସନ୍ ଆନୁପାତିକ ଭାବେ ମିଳିବ ।
ସୁନିଶ୍ଚିତ ପାରିବାରିକ ପେନ୍ସନ୍ : ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥି୍ବା ପେନ୍ସନ୍ର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ୍ ମିଳିବ ।
ସୁନିଶ୍ଚିତ ସର୍ବନିମ୍ନ ପେନସନ୍ : ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନ୍ସ୍ନ୍ ମିଳିବ ।
ମୁଦ୍ରାସ୍ଫିତି ଅନୁରୂପ ପେନ୍ସନ୍ ନିର୍ଦ୍ଧାରଣ : ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ୍ ଉପରେ, ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କବା ଆଧାରରେ ମହଙ୍ଗା ସହାୟତା ମିଳିବ।
ଅବସର ପରେ ଗ୍ରାଚ୍ୟୁଟି ବ୍ୟତୀତ ଏକକାଳୀନ ରାଶି: ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିଙବା ମାସିକ ପାରିଶ୍ରମିକରଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍ସନ୍ ର ପରିମାଣ କମ୍ ହେବ ନାହିଁ ।
ଏନପିଏସ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ ଚୟନ କରିବାକୁ କିମ୍ବା ଏନପିଏସ ସହିତ ଜଡ଼ିତ ରହିବା ପାଇଁ ନିଷ୍ପତ୍ତି ନେଇପାରିବେ ।
ୟୁପିଏସ ରେ, ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନ୍ସନ୍ ସୁବିଧା ଉପଲବ୍ଧ ହେବ, ଯାହାକି ଏନପିଏସରେ ନଥିଲା ।
ଉଲ୍ଲେଖନୀୟ ଯେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ସୁନିଶ୍ଚିତ ପେନ୍ସନ୍, ପାରିବାରିକ ପେନ୍ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା ସଂଗଠନ ମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ୍ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ୨୦୨୫ ଏପ୍ରିଲ ପହିଲା ଠାରୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।