![](https://indokalingtimes.com/wp-content/uploads/2025/02/ee7d899ffaf6488877ef7fefe3257f26_1235016464-1024x768.jpg)
ଗଞାମ- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଗତରାତିରେ ଗାନ୍ଧୀ ନଗର ମୁଖ୍ୟ ଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ହିନ୍ଦୀ ସିନେ ଜଗତର ସ୍ବନାମ ଧନ୍ୟ ଗାୟିକା ଭାରତ ରତ୍ନ ସୁର ସାମ୍ରାଙ୍ଗୀ କୋକିଳକଣ୍ଠି ସ୍ବର୍ଗତ ଲତା ମଙ୍ଗେଶକରଙ୍କ ପୁଣ୍ୟ ଚତୁର୍ଥ ଶ୍ରାଦ୍ଧ ଦିବସ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରାହିତ୍ୟରେ ପାଳନ କରାଯାଇଥିଲା | ପ୍ରଥମେ ପୁଷ୍ପ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାମ୍ପନ କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁରର ନିର୍ଦେଶିକା ଶ୍ରୀମତୀ ଅମିତା ଦାସ ଯୋଗଦେଇ ଲତାଙ୍କର କାଳଜୟୀ ସଂଗୀତ, ଦେଶ ପ୍ରେମ ଓ ତାଙ୍କ ଜୀବନୀ ଉପରେ ଆଲୋକପାତ କରଥିଲେ | ଅନ୍ୟତମ ଅତିଥି ଲେଖିକା, ଗାୟିକା ପ୍ରାଧ୍ୟାପିକା ସୁଶ୍ରୀ ସାଭନା ଦାସ, ସମ୍ପାଦକ ମହମଦ ଆସଲାମ, ଉପସଭାପତି ମହେନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ଶିକ୍ଷାବିତ କୈଳାସ ଚନ୍ଦ୍ର ତ୍ରିପାଠୀ, ସୁସାହିତ୍ୟକ ଗବେଷକ ଦେବି ପ୍ରସାଦ ମହାପାତ୍ର, ସମାଜ ସେବି ସୁଦର୍ଶନ ବିଷୋୟୀ, ସର୍ବଶ୍ରୀ ସୁନୀଲ କୁମାର ସାହୁ, ବ୍ରଜେନ୍ଦ୍ର କୁମାର ଦାସ, ଏସ ସନ୍ତୋଷ ରେଡ୍ଡୀ ଓ ଶ୍ରୀମତୀ ପ୍ରିୟଙ୍କା ପଟନାୟଜ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଓ ସ୍ମୃତି ଚାରଣ କରିଥିଲେ | ଏହି ଅବସରରେ ଲତାଙ୍କ କିଛି ଲୋକପ୍ରିୟ ଗୀତ ମଧ୍ୟ ପରିବେଷଣ କରାଯାଇଥିଲା |