ଭୁବନେଶ୍ୱ – ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟକୁ ରଖାଯିବ । କେମିତି ପାଠ୍ୟକ୍ରମରେ ସାମିଲ କରାଯିବ ସେସମ୍ପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି ।
ବୁଧବାର ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।