
କୋଲକାତା– ଆରଏସଏସର ସରସଂଘଚାଳକ ଡ.ମୋହନ ଭାଗବତ କାଲି ରାତିରେ 10ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ସେ ଏହି ଅବୌରରେ ସଙ୍ଗଠନର ସଂରଚନାର ଆକଳନ କରିବେ । ଭବିଷ୍ୟତର ରୂପରେଖ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ଜିଷ୍ଣୁ ବସୁଙ୍କ ଅନୁସାରେ, ଡ.ଭାଗବତ କେରଳରୁ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଫେବୃୟାରୀ 7ରୁ 10 ଯାଏ ସେ ଦକ୍ଷିଣ ବଙ୍ଗ ଅଂଚଳର ସଂଘ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଏଥିରେ ପୂର୍ବ ଓ ପଶ୍ଚିମ ମେଦିନପୁର, ହାୱଡା, କୋଲକାତା ଓ ଉତର ଓ ଦକ୍ଷିଣ 24 ପ୍ରଗଣା ଜିଲ୍ଲା ସାମିଲ ରହିଛି । ଫେବୃୟାରୀ 13ରେ ସେ ମଧ୍ୟବଙ୍ଗ ଅଂଚଳ ଗସ୍ତ କରିବେ । ଡ.ମୋହନ ଭାଗବତ ଫେବୃୟାରୀ 11 ଓ 12ରେ ଏକ ମାନସ ମନ୍ଥନ ଅଧିବେଶନରେ ବି ସାମିଲ ହେବେ । ଫେବୃୟାରୀ 14ରେ ମଧ୍ୟ ବଙ୍ଗରେ ନୂଆ ସଂଘ କାର୍ଯ୍ୟଳୟର ଉଦଘାଟନ କରିବେ । ଏହାପରେ ସେ ଫେବୃୟାରୀ 16ରେ ବର୍ଦ୍ଧମାନର ସାଇ କମ୍ପ୍ଲେକ୍ସରେ ସଂଘ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବି ସାମିଲ ହେବେ ।