ମନିଲା-ଫିଲିପାଇନ୍ସର ମାଗୁଇଂଦାନାଓ ଡେଲ ସୁର ଅଂଚଳରେ ଗୁରୁବାର ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅମ୍ପାଟୁଆନର ମାଲାତିମୋନ ଅଂଚଳରେ ଏକ ଛୋଟ ପ୍ରାଇଭେଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ସମସ୍ତ 4ଜଣ ଲୋକଙ୍କ ଜୀବନ ଯାଇଛି । ଲୋକାଲ ପୋଲିସ ଓ ଫିଲିପାଇନ୍ସର ସିଭିଲ ଏଭିଏସନ ଅଥୋରିଟି ଏନେଇ ସୂଚନା ଦେଇଛି ।
ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ସାଢେ 2ଟା ବେଳେ କିଙ୍ଗ ଏୟାର 300 ମଡେଲର ଏହି ବିମାନ ଉଡାଇ ସମୟରେ ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନର ଧକ୍କା ଉଡାଣ ସମୟରେ ଏକ ଜଳହସ୍ତୀ ସହ ହୋଇଥିଲା, ଏହାପରେ ବିମାନଟି ନିୟନ୍ତ୍ରଣ ହରାଇଥିଲା ଏବଂ କ୍ରାସ ହୋଇଥିଲା । ଦୁର୍ଘଟଣାରେ ବିମାନ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।