![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମହାକୁମ୍ଭନଗର -ପ୍ରୟାଗରାଜ ମହାକୁମ୍ଭ ମେଳା ଅଞ୍ଚଳରେ ସମ୍ରାଟ ହର୍ଷବର୍ଦ୍ଦନଙ୍କ ପ୍ରତିମୁର୍ତ୍ତୀ ପୁଣି ଥରେ ସ୍ଥାପନ କରାଯିବ।ଏହା ବହୁତ ବଡ ହେବ।ଏହି କଥା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଅଧ୍ୟକ୍ଷ ଆଲୋକ କୁମାର ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାର ବୌଦ୍ଧ ମହାକୁମ୍ଭ ଯାତ୍ରାରେ ଆସିଥିବା ବୌଦ୍ଧ ଭିକ୍ଷୁକମାନଙ୍କ ସମ୍ମୁଖରେ କହିଛନ୍ତି।ଇନ୍ଦ୍ରେଶ କୁମାର କହିଛନ୍ତି ଯେ ସମ୍ରାଟ ହର୍ଷବର୍ଦ୍ଧନ ମହା ଦାନବୀର ଥିଲେ। ସେ ପ୍ରତ୍ୟେକ କୁମ୍ଭକୁଆସି ଅନ୍ନଦାନ,ବସ୍ତ୍ରଦାନ କରୁଥିଲେ।ସମ୍ରାଟ ହର୍ଷବର୍ଦ୍ଧନ ହିନ୍ଦୁ ଥିଲେ।ବିଶ୍ୱକୁ ଦୟା ଏବଂ ବନ୍ଧୁତ୍ୱର ବାର୍ତ୍ତା ଦେବା ପାଇଁ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।ସମଗ୍ର ସମାଜ ତାଙ୍କୁ ସମ୍ମାନ କରେ।ତେଣୁ ପ୍ରୟାଗରାଜରେ ତାଙ୍କର ମହାନ ପ୍ରତିମୁର୍ତ୍ତୀ ସ୍ଥାପନ କରାଯିବ।
ସୁଚନାଯୋଗ୍ୟ ଯେ ପ୍ରୟାଗରାଜ ସଙ୍ଗମ ନିକଟସ୍ଥ ହର୍ଷବର୍ଦ୍ଧନ ଛକରେ ସମ୍ରାଟ ହର୍ଷବର୍ଦ୍ଧନଙ୍କପ୍ରତିମୁର୍ତ୍ତୀ ସ୍ଥାପନ କରାଯାଇଥିଲା।ମହାକୁମ୍ଭର ଆରମ୍ଭ ହେବା ପୁର୍ବରୁ ହର୍ଷବର୍ଦ୍ଧନଙ୍କ ପ୍ରତିମୁର୍ତ୍ତୀକୁପ୍ରଶାସନ ହଟାଇ ଦେଇଥିଲା।ପ୍ରଶାସନ ଛକର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି।ପରେ ବହୁ ପ୍ରତିବାଦ ପରେ ପ୍ରଶାସନ ହର୍ଷବର୍ଦ୍ଧନଙ୍କ ପ୍ରତିମୁର୍ତ୍ତୀକୁ ସୀଏମପୀ ଡିଗ୍ରୀ କଲେଜ ସମ୍ମୁଖ ଛକ ଠାରେ ସ୍ଥାପନ କରିଥିଲା।ବୌଦ୍ଧ ମହାକୁମ୍ଭ ଯାତ୍ରା ସମୟରେ ଯେତେବେଳେ ଅନେକ ଦେଶରୁ ବୌଦ୍ଧ ଭିକ୍ଷୁମାନେ ବହୁ ସଂଖ୍ୟାରେ ପ୍ରୟାଗରାଜ ପହଁଞ୍ଚିଥିଲେ ସେତେବେଳେ ସେମାନେ ହର୍ଷବର୍ଦ୍ଧନଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ କରିବାକୁ ଦାବି କରିଥିଲେ।ଏହା ଉପରେ ବିହିପ ଅଧ୍ୟକ୍ଷ ଆଲୋକ କୁମାର ଏବଂ ଇନ୍ଦେଶ କୁମାର ଆଶ୍ୱାସନା ଦେଇଛନ୍ତି ଯେ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ସରକାରୀ ପ୍ରଶାସନ ସହିତ କଥାବାର୍ତ୍ତା ହେବା ପରେ ପ୍ରୟାଗରାଜରେ ସମ୍ରାଟ ହର୍ଷବର୍ଦ୍ଧନଙ୍କ ପ୍ରତିମୁର୍ତ୍ତୀ ସ୍ଥାପନ କରାଯିବ।