
କୋଲକାତା -ବିଏସଏଫ ଦକ୍ଷିଣ ବଙ୍ଗଳା ସୀମାନ୍ତ 146 ତମ ବାହିନୀ ପଶ୍ଚିମବଙ୍ଗ ନଦିୟା ଏବଂ ମୁର୍ଶିଦାବାଦ ଜିଲ୍ଲାରେ ଆନ୍ତର୍ଜାତୀୟ ସୀମାରେ ଏକ ବଡ କାର୍ଯ୍ୟାନୁଷ୍ଠାନ କରି ସାତଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ତିନି ଜଣ ଭାରତୀୟ ଦଲାଲଙ୍କୁ ଗିରଫ କରିଥିଲେ।ଏହି ଅପରେସନ ଗୁପ୍ତ ସୁଚନା ଆଧାରରେ ଛଅ ଫେବୃଆରୀରେ ଜାଲଙ୍ଗୀ ସୀମାରୁ ଆରମ୍ଭ ହୋଇଥିବାବେଳେ ସକାଳ ପାଞ୍ଚଟା ସମୟରେ ଯବାନମାନେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଥିଲେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଦୁଇ ଅନୁପ୍ରବେଶକାରୀଙ୍କୁ ଧରିଥିଲେ।
ବିଏସଏଫ ପକ୍ଷରୁ ଶୁକ୍ରବାର କହାଯାଇଛି ଯେ ପଚରାଉଚରାରେ ଜଣାପଡିଛି ଯେ ଅବଶିଶ୍ଟ ପାଞ୍ଚ ଅନୁପ୍ରବେଶକାରୀ ଅନ୍ଧକାରର ସୁଯୋଗ ନେଇ ପଳାଇ ଯାଇଥିଲେଏବଂ ତାଙ୍କୁ ଜଣେ ଭାରତୀୟ ଦଲାଲର ସାହାଯ୍ୟ ମିଳିଥିଲା।ଗିରଫ ବାଂଲାଦେଶୀ ନାଗରିକଙ୍କ ମୋବାଇଲ ଫୋନରୁ ସୁଚନା ମିଳିବା ପରେ ବୀଏସଏଫ ରଣନୀତି ପ୍ରସ୍ତୁତ କରି ଦଲାଲକୁ ଜାଲଙ୍ଗୀ କଷ୍ଟମ ଅଫିସ ନିକଟକୁ ଡକାଇଥିଲେ ଏବଂ ତାଙ୍କୁ ଗିରଫ କରିଥିଲେ।ପଚରାଉଚରାବେଳେ ସେ କହିଥିଲେ ଯେ ଅବଶିଷ୍ଟ ପାଞ୍ଚ ଅନୁପ୍ରବେଶକାରୀ ଗୋପାଳପୁର ଘାଟ ନିକଟରେ ଏକ କଦଳୀ ବଗିଚାରେ ଲୁଚି ରହିଛନ୍ତି।ସକାଳ ନଅଟା ସମୟରେ ଯବାନମାନେ ସାଧାରଣ ନାଗରିକ ଭାବରେ ଛଦ୍ମବେଶ ଧରି ସେଠାରେ ପହଁଞ୍ଚି ତାଙ୍କୁ ବାହାର କରିଥିଲେ ଏବଂ ଗିରଫ କରିଥିଲେ।