ନୂଆଦିଲ୍ଲ – ବ୍ୟାଡମିଂଟନ୍ ତାରକା ସାଇନା ନେହୱାଲ ବୁଧବାର ବିଜେପିରେ ଯୋଗଦେଇଛନ୍ତି । ବିଜେପିର ଦିଲ୍ଲୀ କାର୍ଯ୍ୟାଳୟଠାରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ସହ ବଡ଼ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ଅଲମ୍ପିକ୍ ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ସାଇନା ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ । ୧୧ଟି ସୁପରସିରିଜ୍ ଟାଇଟଲ୍ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍ ଜିତିସାରିଛନ୍ତି । ୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଂଟନ୍ ଖେଳାଳି ହୋଇପାରିଥିଲେ । ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଂଟନ୍ ଖେଳାଳି ହୋଇପାରିଥିଲେ । ତାଙ୍କର ବର୍ତମାନ ରାଙ୍କ ୯ ରହିଛି ।
ତୃତୀୟ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଦୁଇ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି ।
ତେବେ ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି । ତାଙ୍କ ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି । ସଦ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ବର୍ଦ୍ଧନ ସିଂହ ରାଠୋର , ଅନୁରାଗ ଠାକୁର , ବବିତା ଫୋଗାଟ୍ ମଧ୍ୟ ବିଜେପିରେ ରହିଛନ୍ତି ।