ମାଲକାନଗିରି– ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ । ଶାନ୍ତନୁଙ୍କ ସହ ଅନ୍ୟ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ସରକାରୀ ଯୋଜନା ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆଜି ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ । ଶାନ୍ତନୁଙ୍କ ସହିତ ଅନ୍ୟ ଗିରଫମାନେ ହେଲେ ମୋହନ ମଣ୍ଡଳ, ବିଶ୍ୱଜିତ ମଣ୍ଡଳ, ଅଲେଖ ପ୍ରଧାନ । ଚଢ଼ଉରେ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା ଜବତ ଟଙ୍କା ମଧ୍ୟରୁ ଶାନ୍ତନୁଙ୍କ ଠାରୁ କେବଳ ୨ କୋଟି ଟଙ୍କା ମିଳିଥିଲା। ଜୟପୁରରେ ଏକ ୩ ମହଲା ବିଳାସପୂର୍ଣ୍ଣ କୋଠା, ୪ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ଏହା ସହିତ ୪୨୨ ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ଜମା ଆକାଉଣ୍ଡରୁ ୯୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ଲକରରୁ ମଧ୍ୟ ମିଳିଥିଲା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହ ଅଫିସିଆଲ ଦସ୍ତାବିଜ । ଲମ୍ବା ସମୟ ଧରି ଚାଲିଥିଲା ଭିଜିଲାନ୍ସ ରେଡ୍ । ଗତ ବୁଧବାର ଠାରୁ କୁବେର ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିଲା । ଭୁବନେଶ୍ଵର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଲକରରୁ ସେଲ୍ ଡିଡ୍ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଗତାକାଲି ବାସଭବନରେ ତଲାସୀ ସମୟରେ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା।
Related Stories
February 7, 2025