![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଶିବପୁରୀ- ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଗୁରୁବାର ଭାରତୀୟ ବାୟୁସେନାର ଏକ ଫାଇଟର ପ୍ଲେନ ମିରାଜ-2000 କ୍ରାସ ହୋଇଛି । ଆକାଶରେ ଉଡୁଥିବା ଫାଇଟର ପ୍ଲେନ ଅଚାନକ କ୍ଷେତକୁ ଖସିପଡିଥିଲା ଏବଂ ଏଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଅଛନ୍ତି । ଘଟଣା ପରେ ଆହତ ପାଇଲଟଙ୍କ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେମାନେ ମୋବାଇଲରେ କାହା ସହ କଥା ହେଉଥିବାର ଦେଖାଯାଇଛି । ଏହି ଟ୍ୱିନ ସିଟର ମିରାଜ 2000 ଥିଲା । ଘଟଣା ସଂପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏକ ଟିମକୁ ଘଟଣାସ୍ଥଳକୁ ପଠାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚିଛି ।