ନୂଆଦିଲ୍ଲୀ– ଆମେରିକାରୁ ଭାରତୀୟଙ୍କୁ ପଠାଇବାକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ସଦସ୍ୟମାନେ କହିଛନ୍ତି ଯେ, ସୈନ୍ୟ ବିମାନରେ ସେହି ଭାରତୀୟଙ୍କୁ ଅମାନବୀୟ ଭାବେ ଭାରତ ଅଣାଯାଇଛି । ତେବେ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ପରେ ସ୍ପଷ୍ଟ କରିଛନ୍ତି ଯେ, 2012ରୁ ହିଁ ଯେଉଁ ଏସଓପି ଲାଗୁ ହୋଇଛି, ତାହା ଅଧୀନରେ ଏହି ଲୋକଙ୍କୁ ଅଣାଯାଇଛି ।
ଦ୍ୱିପ୍ରହର 2ଟା ବେଳେ ଏହି ପ୍ରସଙ୍ଗ ଉପରେ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର ସରକାରଙ୍କ ପକ୍ଷରୁ ବକ୍ତବ୍ୟ ଦେଇଥିଲେ, ଯାହାପରେ ବିରୋଧୀମାନେ ପୁଣି ଥରେ ହଙ୍ଗାମା କରିଛନ୍ତି । ଏହା ପୂର୍ବରୁ ଆଜି ସକାଳେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ ।