
ଭୁବନେଶ୍ୱର– ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ , ଗ୍ରାମୀଣ ମଣ୍ଡଳୀର ନେତୃତ୍ୱ ମାନେ ଆଜି ବିଜେପିରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ବିଶ୍ୱାସ ରଖି ବିଜେଡି ଛାଡି ଆଜି ବିଜେପିରେ ମିଶିଛନ୍ତି। ଧଉଳିର ସରପଞ୍ଚ ଚନ୍ଦନ ମଲିକ, ଲିଙ୍ଗିପୁର ସରପଞ୍ଚ କ୍ଷୀରୋଦ ପ୍ରଧାନ, ସମିତି ସଭ୍ୟ ରିଲା ଭଞ୍ଜ, ଗାୟତ୍ରୀ ବରାଳ ନାଏବ ସରପଞ୍ଚଙ୍କ ସମେତ ବ୍ବାର୍ଡ ମେମ୍ବର ୩ ଜଣ ମିଶିଛନ୍ତି। ଏହା ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଆଜି ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ମିଶ୍ରଣ ପର୍ବରେ ଏକାମ୍ରର ଅନେକ ସାଧାରଣ କର୍ମୀ ମାନେ ମଧ୍ୟ ମିଶୁଛନ୍ତି। ୨୦୩୬ ସୁଦ୍ଧା ଓଡିଶା ସର୍ବଶ୍ରେଷ୍ଠ ହେବ। ସମସ୍ତଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ବାବୁ ସିଂ।