![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଏକ ପଂଚାୟତ ନିର୍ବାଚନ ଥୋପ କି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଆମେ ପୂର୍ବ ସରକାର ନୀତିରେ ଚାଲୁ ନାହୁଁ, ଯେ କେବଳ ନିର୍ବାଚନୀ ଥୋପ ଦେବୁ। ସାଧାରଣ ଲୋକଙ୍କ ବିକାଶରେ ଆମେ ଓ ଆମ ଦଳ ବିଶ୍ୱାସ ରଖେ। ଏହା କୌଣସି ରାଜନୈତିକ ନିର୍ବାଚନ ଥୋପ ନୁହେଁ। ୨୦୩୬ ସୁଧା ରାଜ୍ୟକୁ ସର୍ବଶ୍ରେଷ୍ଠ କରିବା ପାଇଁ ସ୍ୱପ୍ନ ଦେଖାଯାଇଛି। ଯାହାକୁ ପୂରଣ କରିବା ଆମ ଦାୟିତ୍ୱ। ପଂଚାୟତ ନିର୍ବାଚନ ବହୁତ ଦିନ ଅଛି, ସେ ବିଷୟରେ ଏ ପ୍ରୋଜେକ୍ଟ ନୁହେଁ। ଗାଁ ଗାଁ ରେ ବିକାଶ ପହଂଚୁ ଏହା ଆମ ଲକ୍ଷ୍ୟ ବୋଲି ବାବୁ ସିଂ କହିଛନ୍ତି ।