ଭୁବନେଶ୍ୱର/ ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରିର ଜଳଛାୟା ପ୍ରକଳ୍ପ ଉପ-ନିର୍ଦ୍ଦେଶକ । ପ୍ରକଳ୍ପ ଉପ-ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ ଜୟପୁର ଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି । କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହି ରେଡରେ 2ଜଣ ଅତିରିକ୍ତ ଏସପି, 4ଜଣ ଡିଏସପି, 10 ଇନସପେକ୍ଟର, 6ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ୍ ସାମିଲ ହୋଇଛନ୍ତି । ଶାନ୍ତନୁ ମହାପାତ୍ରଙ୍କ ମାଲକାନଗିରି, କଟକ ଓ ଭୁବନେଶ୍ୱରର 7ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।