ନୂଆଦିଲ୍ଲୀ– ରାଜଧାନୀ ଦିଲ୍ଲୀରେ ଆଜି ସକାଳ 7ଟା ବେଳେ ସମସ୍ତ 70ଟି ବିଧାନସଭା ସିଟରେ ମତଦାନ ଆରମ୍ଭ ହୋଇଛି । ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଯବାନମାନେ ମଧ୍ୟ ମୁତୟନ ହୋଇଛନ୍ତି ।
ଏଥର ଦିଲ୍ଲୀରେ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲ ଦେଖିବାକୁ ମିଳିଛି । ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ବିଜେପିର ପ୍ରବେଶ ବର୍ମା ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶି ବିଜେପିର ରମେଶ ବିଧୁଡି ଓ କଂଗ୍ରେସର ଅଲକା ଲାମ୍ବାଙ୍କ ବିରୁଦ୍ଧରେ ମୈଦାନକୁ ଓହ୍ଲାଇଛନ୍ତି । ଦିଲ୍ଲୀର ସମସ୍ତ ବିଧାନସଭା ସିଟରେ 699ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।