ଭୁବନେଶ୍ୱର– ସଂଗ୍ରାମ ମହାନ୍ତିଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଓଡ଼ିଶାର ସୁପରିଚିତ ଗୀତିକାର ସଂଗ୍ରାମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ ଓ ମିଷ୍ଟଭାଷୀ ସ୍ୱଭାବର ବ୍ୟକ୍ତି ଥିଲେ । ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନ ତଥା ତାଙ୍କ ଦ୍ୱାରା ରଚିତ ଗୀତ ଗୁଡିକ ଶ୍ରୋତା ମହଲରେ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।