ମହାକୁମ୍ଭନଗର– ଭାରତର ପଡୋଶୀ ଦେଶ ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଙ୍ଗଚୁକ ମଙ୍ଗଳବାର ସଙ୍ଗମର ପବିତ୍ର ମାଟି ପ୍ରୟାଗରାଜରେ ପହଂଚିଛନ୍ତି । ଭୁଟାନ ରାଜା ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି ।
ଭୁଟାନ ରାଜା ନାମଗ୍ୟାଲ ବାଙ୍ଗଚୁକଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରୟାଗରାଜରେ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନରଥ ଭୁଟାନ ରାଜାଙ୍କ ସହିତ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ସଙ୍ଗମରେ ସ୍ନାନ ଧ୍ୟାନ ପରେ ଭୁଟାନ ରାଜା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଷୟବଟରେ ଦର୍ଶନ କରିଛନ୍ତି । ଏହାପରେ ବଡ ହନୁମାନ ମନ୍ଦିରରେ ପୂଜା କରିଛନ୍ତି । ଏହାପରେ ଉଭୟେ ନିକଟରେ ଥିବା ଡିଜିଟାଲ ମହାକୁମ୍ଭ ଅନୁଭୂତି କେନ୍ଦ୍ର ଯାଇଥିଲେ । ସେଠାରେ ସେମାନେ ମହାକୁମ୍ଭର ଦିବ୍ୟ ଭବ୍ୟ ଓ ଡିଜିଟାଲ ସ୍ୱରୂପ ଦେଖିଥିଲେ ।