ଭଦୋଦରା– ଉତର ପ୍ରଦେଶର ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ ଗୁଜରାଟରୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟ ସରକାର ଅହମଦାବାଦରୁ ଗୁଜରାଟ ଏସଟି କର୍ପୋରେସନର ଭଲଭୋ ବସ୍ ଆରମ୍ଭ କରିଛନ୍ତି । ଏବେ ସରକାର ମଙ୍ଗଳବାରରୁ ସୁରଟ, ଭଦୋଦରା ଓ ରାଜକୋଟ ମହାନଗରରୁ ବି ପ୍ରୟାଗରାଜ ପାଇଁ ଭଲଭୋ ବସ୍ ସଂଚାଳନ ଆରମ୍ଭ କରିଛନ୍ତି । ମଙ୍ଗଳବାର ଭଦୋଦରାରୁ ପ୍ରୟାଗରାଜ ମହାକୁମ୍ଭ ଯିବା ପାଇଁ ଜିଏସଆରଟିସିର ଭଲଭୋ ବସ ସକାଳ 6ଟା ବେଳେ ଭଦୋଦରାରୁ ବାହାରିଛି ।