ଜୟପୁର – ଏ.ଏନ.ଏମ ସ୍ୱାସ୍ଥ୍ୟ କର୍ମୀକୁ ମିଳି ନାହିଁ ଦରମା । ତୁରନ୍ତ ଏମାଙ୍କୁ ଦରମା ଦେବାକୁ ଏ.ଆଇ.ଟି.ୟୁ.ସି ଦାବି କରିଛି । ଏନେଇ ଆବାହକ ଯୁଧିଷ୍ଠିର ରାଉଳ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ଯେ କୋରାପୁଟ ଜିଲା ବିଭିନ୍ନ ଆଦିବାସୀ ସ୍ଲୁଲ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ରକ୍ଷଣାବେକ୍ଷଣ କରିବା ପାଇ ସରକାର ଙ୍କ ତରଫରୁ ଏ.ଏନ.ଏମ. କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ୭ରୁ ୮ ଟି ବିଦ୍ୟାଳୟ ଦାୟିତ୍ୱ ନେବା ପାଇ ନିଷ୍ପ ି ହୋଇଛି । ବର୍ଷା ଋତୁରେ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଯେୀଗୁଁ ପ୍ରତିଦିନ ବିଦ୍ୟାଳୟକୁ ସ୍ୱାସ୍ଥ୍ୟକର୍ମୀମାନେ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ଦିନରେ ୨ ଦିନ ତୁ ଥରେ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ଅବସ୍ଥାକୁ ଯା କରୁଛନ୍ତି । କିନ୍ତୁ ବିଭାଗ ଏମାନଙ୍କୁ ୭ମାସ ହେବ ଦରମା ଦେଇନାହଁ । ତୁରନ୍ତ ଦରମା ଦେବାକୁ ଏ.ଆଇ.ଟି.ୟୁ.ସି ଆବାହକ ରାଉଳ ଦାବି କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024