ଶିମଲା– ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ମଧ୍ୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ପାର୍ବତୀୟ ଜିଲ୍ଲା କୁଲୁରେ ସୋମବାର ସକାଳେ ଭୂକମ୍ପର ହାଲୁକାର ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.4 ରେକର୍ଡ ହୋଇଛି । ସକାଳ 6.50 ମିନିଟ ସମୟରେ କିଛି ସେକେଣ୍ଡ ଯାଏ ଝଟ୍କା ଅନୁଭୂତ ହୋଇଛି । କୁଲୁ ଜିଲ୍ଲା ନିକଟସ୍ଥ ଅଂଚଳରେ ବି ଝଟ୍କା ଅନୁଭୂତ ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲା ମୁତାବକ ଭୂକମ୍ପର କେନ୍ଦ୍ର କୁଲୁରେ 31.76 ଡିଗ୍ରୀ ଉତର ଅକ୍ଷାଂଶ ଓ 77.49 ଡିଗ୍ରୀ ପୂର୍ବ ଦେଶାନ୍ତରରେ ହୋଇଛି । ଏବଂ ଏହାର ଗଭୀରତା ମାଟି ତଳୁ 5 କିଲୋମିଟର ରେକର୍ଡ ହୋଇଛି । ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନି ।
Related Stories
February 3, 2025