ଗଂଜାମ– ଗଞାମ ଜିଲା ପିତ୍ତଳ ରଂଗୁଣୀ ସାହି ନବ ନିର୍ମିତ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଚାର୍ଯ୍ଯ ସୀତାରାମ ତ୍ରିପାଠୀଙ୍କ ପୌରହିତ୍ଯରେ ନୀଳାଂଚଳ ଷଡଂଗୀ, ସୀମାଂଚଳ ତ୍ରିପାଠୀ, ପିତାମ୍ବର ରଥଶର୍ମା, ସୂର୍ଯ୍ୟ ନାରାୟଣ ମିଶ୍ର, ହିମାଂଶୁ ଶେଖର ଦାଶ, ହରିହର ତ୍ରିପାଠୀ, ନୀଳାଂଚଳ ତ୍ରୀପାଠୀ, ଅମୂଲ୍ଯ ମିଶ୍ର, ସାହିଲ ମିଶ୍ର, ଦେବାଶିଷ ରଥ, ବାବୁଲି ମିଶ୍ର, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ବନମାଳି ତ୍ରିପାଠୀ ଓ ବାବାଜି ସୀତାରାମ ଦାସଙ୍କ ଗହଣରେ ଗତକାଲି ସଂଧ୍ୟାରେ ରତ୍ନମୁଦ ସହ ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଯାଇଛି ।
ଏହି ଉତ୍ସବରେ ଆଖପାଖ ପ୍ରାୟ ଦଶଖଣ୍ଡ ଗ୍ରାମର ବହୁ ଶ୍ରଦ୍ଧାଳୁ ନରନାରୀ ସମବେତ ହୋଇ ଅନ୍ନ ପ୍ରସାଦ ସେବନ କରିଥିଲେ। ସାହିଲୋକ ଏ ଅଂଚଳର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ଯ ସଂପନ୍ନ ହୋଇପାରିଛି।