ପୁରୀ- ଗତକାଲି ରାତି ପ୍ରାୟ ୧ଟା ସମୟରେ ପୁରୀ ଜିଲ୍ଲା କୋଣାର୍କ ଟୁରିଷ୍ଟ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ରାସ୍ତା ପାର୍ଶ୍ବରେ ଅସ୍ଥାୟୀ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା | ୧୩ ରୁ ଉର୍ଦ୍ଧ୍ବ ହସ୍ତଶିଳ୍ପ ଦୋକାନ ସମେତ କାଜୁ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି | ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଚମ୍ପାହାର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଗରିବ ବ୍ୟବସାୟୀ ମାନେ ଦୁଃଖରେ ଭାଙ୍ଗି ପଡିବା ସହ ଥାଇଥାନ, ଆର୍ଥିକ ଅନୁଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି |
Related Stories
February 3, 2025