ଭୁବନେଶ୍ୱର– ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି କୁମ୍ଭ ମେଳା । ଏହାପୂର୍ବରୁ ସ୍ଥିତି ସମୀକ୍ଷା କରିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ଖଣ୍ଡଗିରିରେ ବଳବତ୍ତର ରହିବ ପରିମଳ ବ୍ୟବସ୍ଥା । ସ୍ଥାୟୀ ଆଲୋକିକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପବିତ୍ର ପଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନରୁଦ୍ଧାର । ପ୍ରତି 100 ମିଟର ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ । ଜନସାଧାରଣଙ୍କୁ ଅନୁରୋଧ କରିଲେ ମାଘ ମେଳାରେ କିପରି ପରିବେଶ ସଫାସୁତୁରା ରହିବା ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ଅସ୍ଥାୟୀ ଶୌଚାଳୟ ପକେଇବା ସହ ଆଲୋକ ଏବଂ ପାନୀୟ ଜଳ ସୁବନ୍ଦୋବସ୍ତ କରାଯାଇଛି । ଯାହା କାମ ବାକି ରହିଛି ଆଜି ସନ୍ଧ୍ୟା ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ।
Related Stories
February 3, 2025