
ସାନଖେମୁଣ୍ଡି: ଗ୍ରାମଞ୍ଚଳ ଶିକ୍ଷର୍ଥୀଙ୍କୁ ଭାରତୀୟ ଗୁରୁକୂଳ ପରମ୍ପରାରେ ମାନସିକ, ଶାରୀରିକ, ଯୋଗ ଓ ବୈଦିକ ଶିକ୍ଷା ପ୍ରଦାନ ଲକ୍ଷରେ ୧୮ବର୍ଷ ତଳେ ସାନଖେମୁଣ୍ଡି ବ୍ଲକ ମୌଲାଭଣଜା ପଞ୍ଚାୟତ ସଦର ମହାକୁମାରେ ସ୍ଥାପିତ ଗୋପବନ୍ଧୁ ଶିକ୍ଷା ସଦନ ଆଜି ତାର ୧୮ତମ ବାର୍ଷିକ ଉତ୍ସବ ପାଳନ କରିଅଛି। ୩୨୬ ଜାତୀୟ ରାଜପଥ ଦିଗପହଣ୍ଡି- ତପ୍ତପାଣି ରାସ୍ତାରେ ଦିଗପହଣ୍ଡିରୁ ୬କିମି ଦୂରରେ ଅବସ୍ଥିତ ଏହି ଶିକ୍ଷାନୁଷ୍ଠାନ ସରକାରୀ ସିଲାଵସ୍ ଗ୍ରାମରେ ଶିକ୍ଷା ପ୍ରଦାନ କରିବା ସହିତ ଶିକ୍ଷାର୍ଥୀଙ୍କୁ ଏକ ଆଦର୍ଶ ସୁନାଗରିକ ଓ ଚରିତ୍ର ବାନ ଭାବେ ଗଢି ତୋଳିବାର ସଂକଳ୍ପ ସମ୍ପ୍ରତି ଶିକ୍ଷାନୁଷ୍ଠାନ ସୁନାମ ଆଣି ଦେଇଥିବା ଆଲୋଚକଙ୍କ ମତରେ ପରିପ୍ରକାଶ ହୋଇଥିବା ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଲକ୍ଷିତ ହୋଇଅଛି। ଅନୁଷ୍ଠିତ ରଙ୍ଗାରଙ୍ଗ ସୌହାର୍ଯ୍ୟପୂର୍ଣ ବାର୍ଷିକ ଉତ୍ସବରେ ଅଂଚଳ ବୁଦ୍ଧିଜୀବୀ, ଅଭିଭାବକ ମଣ୍ଡଳୀ, ବିଦ୍ୟାଳୟ ପରିଚାଳନା କମିଟିଙ୍କ ଗହଣରେ ନିମନ୍ତ୍ରିତ ଅତିଥି ବୃନ୍ଦ ମଞ୍ଚାସିନ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ କମିଟି ସଭାପତି ଶ୍ରୀ ଉପେନ୍ଦ୍ର ବେହେରା ପୌରହିତ କରିଥିଲେ। ସମ୍ପାଦକ ଶ୍ରୀ ଶେଷଦେବ ପଣ୍ଡାଙ୍କ ସଂଯୋଜନାରେ ଅୟୋଜିତ କାର୍ଯ୍ୟକ୍ରମରେ ଅତିଥି ପରିଚୟ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଗଂଜାମ ପ୍ରମୁଖ ଶ୍ରୀ ସୂର୍ଯ୍ୟପ୍ରକାଶ ମିଶ୍ର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ଉପସଭାପତି ଶ୍ରୀ ଦେବ ପ୍ରସାଦ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କୃଷକ ନେତା ତଥା ସମାଜସେବୀ ଶ୍ରୀ ବିଶ୍ଵନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ବାଇଁ, ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ଶ୍ରୀ ସୂର୍ଯ୍ୟନାରାୟଣ ଦଳ ବେହେରା, ସମିତି ସଭ୍ୟ ଶ୍ରୀ ତୋଫାନ ସ୍ବାଇଁ, ନା ଏବ ସରପଞ୍ଚ ଶ୍ରୀ ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ ମିଳିତ ଭଣେ ମଞ୍ଚାସ୍ଥିତ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ବିଶିଷ୍ଟ ବକ୍ତା ଅତିଥି ତଥା ସମ୍ମାନୀୟ ଅତିଥି ବୃନ୍ଦ ଅନୁଷ୍ଠାନର ଅପମନୀୟ ନିଷ୍ଠାପର ସେବା ପ୍ରବୃତ୍ତିକୁ ଭୁୟଂସି ପ୍ରଶଂସା କରିବା ସହ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସହ ଅନୁଷ୍ଠାନର ଉତ୍ତୋରତର କାମନା କରିଥିଲେ। କ୍ରୀଡା ପ୍ରତିଯୋଗୀତାରେ ଶ୍ରେଷ୍ଟତ୍ଵ ବଜାୟ ରଖିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲଡ଼ ସହ ପୁରସ୍କୃତ କରାଯିବ ସହିତ କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଧାନ ଗୁରୁମା ନିକି ନାୟକ, ଗୁରୁମା ଇତିଶ୍ରୀ ସାହୁ, ମିନତୀ ସେଠି, ସସ୍ମିତା କୁମାରୀ ରଥ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଭିଭାବକ ମଣ୍ଡଳୀ ପକ୍ଷରୁ ମିଟୁ ଦୋରା, ପ୍ରମୋଦ ଦୋରା, ଧୋବା ପାତ୍ର, ଟୁକୁନା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।