ଭୁବନେଶ୍ୱର– ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସଭାପତି ଚୟନ ବି ଏହି ସମୟରେ ସରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଅନ୍ୟ କମିଟି ସଦସ୍ୟ ବି ବୈଠକରେ ଥିଲେ । ସମନ୍ୱୟ କମିଟିର 13 ସଦସ୍ୟ ଥିଲେ । ବାକି ଭିସିରେ ଯୋଡ଼ି ଥିଲେ । ବିଜେଡି ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି । ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆସିଥିଲେ । ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଠିକ୍ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫେବୃଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ । ତାପରେ ବିଧାନସଭା ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇବେ । ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ । କାର୍ଯ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ବି ଏହି ସମୟରେ ନିର୍ବାଚିତ ହେବେ । ଏହା ସହ ଦଳୀୟ ସଭାପତି ନିର୍ବାଚନ ହେବ । ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ହେବ । କୌଣସି ସମସ୍ୟା ବିଜେଡିରେ ନଥିଲା କି ନାହିଁ ।
Related Stories
February 3, 2025