ନୂଆଦିଲ୍ଲୀ– ଲୋକସଭାରେ ସୋମବାର ‘ଗ୍ରାମୀଣ ପ୍ରବନ୍ଧନ ସଂସ୍ଥାନ, ଆନନ୍ଦ’କୁ ଏକ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାପନ କରିବା ସହିତ ଜଡିତ ବିଧେୟକ ଆଗତ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟକୁ ‘ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ’ ଭାବେ ଜଣାଯାଇଥାଏ ।
କେନ୍ଦ୍ର ସହକାରିତା ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜର ଆଜି ଲୋକସଭାରେ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳ୍ର, ବିଧେୟକ-2025 ବିଚାର ପାଇଁ ଆଗତ କରିଛନ୍ତି । ବିଧେୟକରୁ ସଂସ୍ଥାନକୁ ଜାତୀୟ ଗୁରୁତ୍ୱର ମାନୃତା ପ୍ରାପ୍ତ ହେବ । ଏହାର ଉଦ୍ଦେଶ୍ୟ ସହକାରୀ କ୍ଷେତ୍ରରେ ଗବେଷଣା ଓ ବିକାଶ, ବୈଶ୍ୱିକ ଉତ୍କୃଷ୍ଟତା ଓ ସହକାରୀ ଆନ୍ଦୋଳନକୁ ସୁଦୃଢତା ପ୍ରଦାନ କରିବ । ଏହା ସରକାରଙ୍କ ସହକାରରୁ ସମୃଦ୍ଧିର ଦୂରଦୃଷ୍ଟିର ଅଂଶ ଅଟେ ।