ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ ଆଜି ଦିଲ୍ଲୀର ସ୍କୁଲ ପିଲାଙ୍କୁ ଭେଟିଛନ୍ତି । ପିଲାଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆମ୍ ଆଦମୀ ପାର୍ଟି ସରକାର ଶିକ୍ଷା କ୍ଷେତ୍ରରେ ବେଇମାନୀ କରିଥିବାର ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଶୁଣିଛି ଯେ, ଦିଲ୍ଲୀରେ ସେମାନେ ପିଲାଙ୍କୁ 9ମ ଶ୍ରେଣୀ ପରେ ଆଗକୁ ଯିବାକୁ ଦେଉନାହାନ୍ତି । କେବଳ ସେହି ପିଲାଙ୍କୁ ଆଗକୁ ଯିବାକୁ ଦିଆଯାଉଛି, ଯେଉଁମାନଙ୍କର ପାସ୍ ହେବାର ଗ୍ୟାରେଂଟ ରହିଛି । କାରଣ ଯଦି ସେମାନଙ୍କ ରେଜଲ୍ଟ ଖରାପ ଆସିବ, ତେବେ ସେମାନଙ୍କ ସରକାରର ଇଜ୍ଜତ ଖରାପ ହୋଇଯିବ । ଏଥିପାଇଁ ବହୁତ ବେଇମାନର କାମ ହେଉଛି ।