ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ସହରରେ ଥିବା ଅନ୍ଧ ମୂକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ କବି ତଥା ‘ସମୟ’ର ଜିଲ୍ଲା ପ୍ରତିନିଧି ରଞ୍ଜନ ବାଗ ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମହେଶ୍ବର ବାଗଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ କରିଛନ୍ତି। ବାଲେଶ୍ଵର ମିଶନ କମ୍ପାଉଣ୍ଡରେ ଥିବା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନରେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀ ଏହି ଶ୍ରାଦ୍ଧ ଉତ୍ସବରେ ଉପସ୍ଥିତ ଥିଲେ। ଏଥିରେ କବି ଓ ସଂପାଦକ ଶ୍ରୀଦେବ, କବି ଓ ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ଆଇନଜୀବୀ ଓ କବି ଉତ୍ପଳ ମହାନ୍ତି, ବ୍ୟବସାୟୀ ସଂଘ ନେତା ରାଜେନ୍ଦ୍ର ଚାଟାର୍ଜୀ, ସାମ୍ବାଦିକ ଉବାଚକ ମହାନ୍ତି, ବ୍ରହ୍ମାନନ୍ଦ ସ୍ବାଇଁ, ହିମାଂଶୁ ଦାସ, ଏମ୍ଡି ହାଇଦର, ଚକ୍ରଧର ସାହୁ, ଗୋବିନ୍ଦ ରାଠୀ, ସାବର୍ଣ୍ଣୀ ଟୁକୁରାମ ଭୋଇଙ୍କ ସମେତ ସ୍କୁଲର ଶିକ୍ଷକ ଭବାନୀକାନ୍ତ ସ୍ବାଇଁ, ଅଚ୍ୟୁତାନନ୍ଦ ଦାସ,
ଭାରତୀ ଦାସ, କ୍ଷଣପ୍ରଭା ମହାନ୍ତି, ସତ୍ୟଜିତ ନାୟକ, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସ୍ବର୍ଗତ ବାଗଙ୍କ ସ୍ମୃତିଚାରଣ କରିଥିଲେ।ଶେଷରେ ସ୍ବର୍ଗତ ବାଗଙ୍କ ପୁତ୍ର ରଂଜନ ବାଗ ଧନ୍ୟବାଦ ଦେଇଥିଲେ।
ଏଥିରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା।