ଲକ୍ଷ୍ନୌ– କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦେଶର ବଜେଟ୍ ୨୦୨୫ ଲୋକସଭାରେ ଆଗତ କରିଛନ୍ତି । ଏହା ଉପରେ ବହୁଜନ ସମାଜ ପାର୍ଟି(ବସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଏହି ବଜେଟ୍ କୁ ରାଜନୈତିକ ସ୍ୱାର୍ଥ ବୋଲି ସେ କହିଛନ୍ତି ।
ମାୟାବତୀ ଏନେଇ ଏକ୍ସ ରେ କରିଥିବା ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ଦରବୃଦ୍ଧି, ଦାରିଦ୍ର୍ୟତା, ବେରୋଜଗାରୀ ଉପରେ ଏହା ଜବରଦସ୍ତ ମାଡ ଅଟେ । ଏଥି ସହିତ ସଡ଼କ, ପାଣି, ଶିକ୍ଷା, ସୁଖ-ଶାନ୍ତି ଆଦିର ଜରୁରୀ ସୁବିଧାର ଅଭାବ ରହିଛି । ଏହି କାରଣରୁ ପ୍ରାୟ ୧୪୦ କୋଟିର ଜନସଂଖ୍ୟା ବିଶିଷ୍ଟ ଭାରତରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଛି, କେନ୍ଦ୍ରୀୟ ବଜେଟ୍ ମାଧ୍ୟମରେ ଯାହାର ନିବାରଣ ହେବା ଜରୁରୀ ।
କିନ୍ତୁ ବର୍ତମାନର ଭାଜପା ସରକାରର ବଜେଟ୍ ମଧ୍ୟ କଂଗ୍ରେସ ସଦୃଶ । ଏଥିରେ ରାଜନୈତିକ ସ୍ୱାର୍ଥ ଅଧିକ ଓ ଜନତା ଏବଂ ଦେଶହିତ କମ୍ ଥିବା ଜଣାପଡୁଛି । ବିକଶିତ ଭାରତର ସ୍ୱପ୍ନ ବହୁଜନଙ୍କ ହିତରେ ହେବା ମଧ୍ୟ ଜରୁରୀ ।
Related Stories
February 1, 2025