ସମ୍ବଲପୁର, ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ହିତାଧିକାରୀ ଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ତପସ୍ଵିନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ, ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ମାନ୍ୟବର ସାଂସଦ ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ.), ଯୁଗ୍ମ ଶ୍ରମିକ ଆୟୁକ୍ତ ଶ୍ରୀ ପ୍ରଣବ ରଞ୍ଜନ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ପରିପ୍ରେକ୍ଷୀ ରେ ମାନ୍ୟବର ବିଧାୟକ ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ରେ ଯୋଗଦେଇ ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ପଞ୍ଜୀକରଣ କରିବା ନିମନ୍ତେ କହିଥିଲେ।ଶ୍ରମିକ ମାନଙ୍କୁ ନିଜର ମିଳୁଥିବା ପାରିଶ୍ରମିକ ଏବଂ ସରକାର ଙ୍କ ଠାରୁ ମିଳୁଥିବା ସହାୟତା ର ଉଚିତ ସଦୁପଯୋଗ କରିବ ଏବଂ ନିଜର ଜୀବନ ଶୈଳୀ କୁ ଉଚ କୋଟି ର କରିବା ସହିତ ନିଜ ସନ୍ତାନ ର ଭବିଷ୍ୟତ କୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରିବା ନିମନ୍ତେ ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ନାଉରୀ ନାଏକ କହିଥିଲେ, ଏବେ ବି ଅନେକ ଶ୍ରମିକ ଅଛନ୍ତି ଯେଉଁ ମାନେ ଏହି ଯୋଜନା ବିଷୟରେ ଅବଗତ ନାହାନ୍ତି, ସେମାନଙ୍କୁ କିପରି ଅବଗତ କରାଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବ ସେଥିପାଇଁ ପ୍ରଚେଷ୍ଟା କରାଯାଉ।
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ.) ଯୋଗ ଦେଇ ନିଜ ଅଭିଭାଷଣ ରେ ଅଧିକ ରୁ ଅଧିକ ହିତାଧିକାରୀ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ କିପରି ଲାଭାନିତ୍ଵ ହୋଇପାରିବେ , ତାହା ଆମ ଜିଲ୍ଲା ପ୍ରଶାସନ ର ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ।ସମସ୍ତ ଜନ ସାଧାରଣ ଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ନିମନ୍ତେ ପ୍ରତି ଗ୍ରାମ ପଞ୍ଚାଯତ କୁ ସଚେତନତା ରଥ ପରିକ୍ରମା କରିବ।ପରେ ଉପସ୍ଥିତ ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ବିବାହ ସହାୟତା, ଶିକ୍ଷାଗତ ସହାୟତା, ବାର୍ଦ୍ଧକ୍ୟ ଭର୍ତ୍ତା,ମୃ ତ୍ୟୁ କାଳୀନ ସହାୟତା ଆଦି ପ୍ରାବଧାନ ରହିଛି, ଯାହାର ପୂର୍ଣ ରୂପେ ଲାଭ ନେବା ପାଇଁ ଶ୍ରମିକଗଣ ଙ୍କୁ ଜିଲ୍ଲାପାଳ ମୋହଦୟ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଯୁଗ୍ମ ଶ୍ରମ ଆୟୁକ୍ତ, ସମ୍ବଲପୁର ଶ୍ରୀ ପ୍ରଣବ ରଞ୍ଜନ ଜେନା ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଶତ୍ରୁଜିତ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (enforcement) ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ଦିବ୍ୟ ଶଙ୍କର ଧୁରୁଆ, ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ) ନିର୍ମାଣ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ବେଳେ ଶ୍ରୀ ବ୍ରଜେଶ କୁମାର ହୋତା, ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୧୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ଟ.୭୬,୨୩,୦୦୦/- ଙ୍କା ଏବଂ ନୂତନ ଭାବରେ ପଞ୍ଜିକୃତ ହୋଇଥିବା ୩୫୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା ।
ତତ୍ ସହିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ର କର୍ମକର୍ତ୍ତା ଯାଥା ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ପୁଷ୍ପ ମିଞ୍ଜ, ସୁଶ୍ରୀ ଲିପ୍ସାରାଣୀ ପ୍ରଧାନ, ସୁଶ୍ରୀ ଡୋଲେଶ୍ୱରୀ ନାଗ, ଶ୍ରୀ ନିଖିଲେଶ୍ ଦାଶ, ଶ୍ରୀ ମୀନକେତନ ସୁନ୍ୟାନି, ଶ୍ରୀ ସୌମ୍ୟ ରଞ୍ଜନ ସାହୁ(ମଙ୍ଗଳ ସଂଯୋଜକ), ଶ୍ରୀ ତ୍ରିଲୋଚନ ବାରିକ, ଶ୍ରୀ ଅଜିତ କୁମାର ପ୍ରଧାନ, ଶ୍ରୀ ଯୋଗେଶ୍ଵର ବିଶି, ଶ୍ରୀ ଅମରେଶଚନ୍ଦ୍ର ପଣ୍ଡା ଏବଂ ଅତ୍ତଉର୍ ଖାଁ ପ୍ରମୁଖ ସହଯୋଗ କରିଥିଲେ l
Related Stories
February 2, 2025