ଚମ୍ପୁଆ, ଚମ୍ପୁଆ ସ୍ଥିତ ନିକଲସନ ବନ ବିଦ୍ୟାଳୟରେ ପଦୋନ୍ନତି ବନପାଳ ପ୍ରଶିକ୍ଷାର୍ଥୀ ବର୍ଗର ୧୧୦ ତମ ଦୀକ୍ଷାନ୍ତ ସମାରୋହ ମହାଆଡମ୍ବରରେ ପାଳିତ ହୋଇଛି। ଓଡ଼ିଶାର ୨୦ଟି ଡିଭିଜନରୁ ଆସିଥିବା ୪୮ ଜଣ ବନପାଳ ପ୍ରଶିକ୍ଷାର୍ଥୀ (୩୭ ଜଣ ଛାତ୍ର ଓ ୧୧ ଜଣ ଛାତ୍ରୀ) ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି। ଦୀକ୍ଷାନ୍ତ ସମାରୋହ ଉପଲକ୍ଷେ ଆଜି ପୂର୍ବାହ୍ନରେ ନିକଲସନ ବନ ବିଦ୍ୟାଳୟର ଖେଳ ପଡିଆଠାରେ ଆୟୋଜିତ ଏକ ଚିତାକର୍ଷକ ପ୍ୟାରେଡରେ ମୁଖ୍ୟଅତିଥି ଭାବେ କଟକ ମୁଖ୍ୟ ବନ ସଂରକ୍ଷକ ବିକାଶ ରଞ୍ଜନ ଦାସ (ଆଇ.ଏଫ.ଏସ) ଏଵଂ କେନ୍ଦୁଝର ବନଖଣ୍ଡ ଅଧିକାରୀ ଡ଼ଃ.ଡି.ଡି. ହନୁମନ୍ତ, କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ ଓ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାଏକ (ଓ.ଏଫ.ଏସ), ଓଏଫଡିସିର ଡିଭିଜନାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ମଲିକ, ଉପବନସଂରକ୍ଷକ ନିକଲସନ ବନ ବିଦ୍ୟାଳୟ ରାମଚନ୍ଦ୍ର ମୁର୍ମୁ, ଚମ୍ପୁଆ ଏସିଏଫ ଅକ୍ଷୟ ଛତ୍ରିଆ, ଅନୁଷ୍ଠାନର ଅଧ୍ୟକ୍ଷ ଏସିଏଫ ରଵିନ କିସକୁ, ମୋହନ ହେମ୍ବ୍ରମ ପମୁଖ ଅଭିବାଦନ ଗ୍ରହଣ କରିଥିଲେ। ଖେଳଟ୍ରେନର ଅସିତ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ୟାରେଡରେ ଛାତ୍ର, ଛାତ୍ରୀ ମାନେ ସୁନ୍ଦର ପ୍ୟାରେଡ ପ୍ରଦର୍ଶନ କରିଥିଲେ। ଏହାପରେ ଅନୁଷ୍ଠାନର ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ବିକାଶ ରଞ୍ଜନ ଦାସ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜଙ୍ଗଲ ବିଭାଗର ପ୍ରକୃତ ରକ୍ଷକ ବୋଲି କହିଥିଲେ । ଲୋକ ମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକରି କାର୍ଯ୍ୟଧାରାକୁ ଉତ୍ତମ ଡକ୍ୟୁମେଣ୍ଟସନ କରି ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ଏହା ଏକ ମହତ୍ତ୍ୱପୂର୍ଣ୍ଣ ବିଭାଗ ଏବଂ ଆମେ ସମସ୍ତେ ଗୋଟିଏ ପରିବାରରେ ବୋଲି କହିଥିଲେ। ଡିଏଫଓ ଡ଼ଃ. ଡି.ଡି. ହନୁମନ୍ତ ଦୀର୍ଘ ୪ ମାସ ଧରି ୧୧ଟି ବିଷୟରେ ଜ୍ଞାନ ଆହରଣ କରିଥିବା ସମସ୍ତ ପ୍ରଶିକ୍ଷାର୍ଥୀ ଦୃଢ଼, ପରିପୂର୍ଣ୍ଣ ଓ ଆତ୍ମବିଶ୍ଵାସର ସହ ହାତୀ ମଣିଷ ଲଢେଇ ହ୍ରାସ, ଜଙ୍ଗଲ ସୁରକ୍ଷା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିପାରିଲେ ସଫଳତା ନିଶ୍ଚୟ ମିଳିବ ବୋଲି ପରାମର୍ଶ ଦେଇଥିଲେ। ଚଳିତ ପ୍ରଶିକ୍ଷଣ ଶିବିରରେ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ଭାବେ ତରଣୀସେନ ପ୍ରଧାନ, ଅଲରାଉଣ୍ଡର ପ୍ରଶିକ୍ଷାର୍ଥୀ ଭାବେ ଉଷାରାଣୀ ମୁଣ୍ଡା, ଫରେଷ୍ଟ ୟୁଟିଲାଇଜେସନ ରେ ବିଶ୍ୱରଞ୍ଜନ ସାହୁ, ବେଷ୍ଟ ପବ୍ଲିକ ସିଟି ଟପର ମନୋଜ କୁମାର ଦଣ୍ଡସେନା, ପୁରୁଷ ଆଥଲେଟ ଚମ୍ପିୟାନରେ ତ୍ରିନାଥ ପ୍ରଧାନ ଓ ନରସିଂହ ପ୍ରଧାନ, ମହିଳା ଆଥଲେଟ ଚମ୍ପିୟାନରେ ଉଷାରାଣୀ ମୁଣ୍ଡା ଓ ନିବେଦିତା ବେହେରା ଅତିଥି ମାନଙ୍କଠାରୁ ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଚମ୍ପୁଆ ବନ ଵିଭାଗ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନାରେ ଅବସରପ୍ରାପ୍ତ ଏସିଏଫ ସତ୍ୟବ୍ରତ ମହାନ୍ତି ସହଯୋଗ କରିଥିଲେ। ନିକୋଲସନ ବନ ବିଦ୍ୟାଳୟର ବନପାଳ ଆଶାମଣୀ ସାହୁ, ବିଜୁ ପୋଦ୍ଦାର, ନବ ନାଏକ, ସୁଧୀର ଗିରିଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Related Stories
February 2, 2025