ଭଦ୍ରକ – ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଞ୍ଛାନିଧି ସ୍ମୃତି ସଂସଦଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକ ଠାରେ ଜାତୀୟ କବି ବାଞ୍ଛାନିଧିଙ୍କ ସ୍ମୃତି ସଭା ଅବସରରେ ଏକ ଆଲୋଚନାଚକ୍ର ସଂସଦରେ ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କବି ବାଞ୍ଛାନିଧିଙ୍କ କବିତାରେ ଭରି ରହିଥିଲା ଜାତୀୟ ଜାଗରଣର ସ୍ୱର । ସ୍ୱାଧୀନତାର ପୃଷ୍ଠ ଭୂମିରେ ତାଙ୍କର ଉଦବୋଧନ ମୂଳକ କବିତା ଦେଶପ୍ରେମ ଓ ସମାଜରେ ଜନ ସଚେତନତା ସୃଷ୍ଟି କରିବାରେ ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ଆଲୋଚନା ଚକ୍ରରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ସ୍ମୃତି ସଭାରେ ଡ଼. ଶଶଧର ଦାସ ମୁଖ୍ୟ ଅତିଥି, ଡ଼. ଅରବିନ୍ଦ ଗିରି ମୁଖ୍ୟ ବକ୍ତା, କଥାକାର ପବିତ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି, ଶ୍ରୀ ବୈଲୋଚନ ଜେନା ସମ୍ମାନନୀୟ ଅତିଥି ଓ କବି ଉମାକାନ୍ତ ରାଉତ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରିଥିଲେ । କବି ପୂର୍ଣଚନ୍ଦ୍ର ବହଳୀ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବାଞ୍ଛାନିଧି ସ୍ମୃତି ସଂସଦ ପକ୍ଷରୁ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ଲିଖିତ ସଂଜୀବନୀ ଓ ବୀରତ୍ୱ କାହାଣୀ ଦୁଇଟି ଶିଶୁ କାହାଣୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସଂଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କବି ବାଞ୍ଛାନିଧିଙ୍କ ରଚିତ ସଂଗୀତ ପରିବେଷଣ କରିଥିଲେ । ପୂର୍ଣଚନ୍ଦ୍ର ମହାନ୍ତି ଓ ଜିତେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
February 2, 2025