ଭଦ୍ରକ– ଏହି ଜିଲାର ବାସୁଦେବପୁର ବିଜେପି ପକ୍ଷରୁ ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ଛକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ କୁଶପୁତଳିକା ଦାହ କରିବା ସହିତ ନାରାବାଜି କରିଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ଟିପଣିକୁ ନେଇ ବିବାଦୀୟ ହୋଇଛି । ବିଜେପି ପକ୍ଷରୁ ଶୁକ୍ରବାର ରାତ୍ରି ସମୟରେ ହାଇସ୍କୁଲ ଛକଠାରେ ବାସୁଦେବପୁର ବିଜେପି ନେତା ବାଣିକଲ୍ୟାଣ ମହାନ୍ତିଙ୍କ ନେତୃତ୍ୱ ରେ କଂଗ୍ରେସ ନେତ୍ରି ଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ବାଣିକଲ୍ୟାଣ ମହାନ୍ତି, ବିଜେପି ନଗର ମଣ୍ଡଳ ସଭାପତି ଆଶୁତୋଷ ସାମଲ, ବିଜେପି ର ବରିଷ୍ଠ ନେତା ମଧୁସୂଦନ ପାଢୀ, ଉମାକାନ୍ତ ଖୁଂଟିଆ, ରମେଶ ଚନ୍ଦ୍ର ଘଡେଇ,ପ୍ରମୁଖ ଯୋଗଦେଇ କଂଗ୍ରେସ ର ଏହି ନେତୃମଣ୍ଡଳୀଙ୍କ ବିରୋଦ୍ଧରେ ନାରାବାଜି କରିବା ସହିତ କ୍ଷମା ପ୍ରାଥନା କରିବା ପାଇଁ ଦାବି କରିଛନ୍ତି ଏଥି ସହିତ କୁଶପୁତଳିକା ଦାହକରିଛନ୍ତି।
Related Stories
February 2, 2025