ଭୁବନେଶ୍ୱର,ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, କୃଷକ, ଯୁବବର୍ଗ, ମଧ୍ୟବିତ୍ତ ତଥା ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ #ViksitBharatBudget2025 ଉପସ୍ଥାପନ କରିଛନ୍ତି l ଚଳିତ ବଜେଟରେ ‘ସବକା ସାଥ, ସବକା ବିକାଶ’ ପ୍ରତିଫଳିତ ହୋଇଛି l ୧୪୦ କୋଟି ଭାରତୀୟଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ସହ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ବଜେଟ ବେଶ ଫଳପ୍ରଦ ହେବ l ଏହି ବଜେଟ ବିକଶିତ ଭାରତର ସଂକଳ୍ପକୁ ମଧ୍ୟ ଗତି ଦେବ l
ଆୟକର ସୀମାକୁ ୧୨ଲକ୍ଷ ପର୍ଯ୍ୟନ୍ତ ଛାଡ କରିବାର ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ମୁଁ ମାନନୀୟ ପ୍ରଧାନମନ୍ତ୍ରୀଜୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଜୀଙ୍କୁ ଧନ୍ୟବାଦ ଜଣାଉଛି l ଏହାଦ୍ୱାରା ମଧ୍ୟବିତ୍ତ ବର୍ଗର ଜନସାଧାରଣ ବିଶେଷ ଭାବରେ ଲାଭାନ୍ଵିତ ହୋଇପାରିବେ ଏବଂ ଏହା ମୁଦ୍ରାସ୍ଫୀତି ଚାପକୁ ହ୍ରାସ କରିବା ସହ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିପାରିବ l
ଏହି ବଜେଟରେ କୃଷି କ୍ଷେତ୍ରର ଉନ୍ନତି ସହ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି l ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ, ଏମଏସଏମଇ, ଅନୁସନ୍ଧାନ, ନିଯୁକ୍ତି, ଭିତ୍ତିଭୂମି ଓ ଷ୍ଟାର୍ଟ ଅପ୍ ଭଳି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ସହ ପୁଞ୍ଜି ନିବେଶକୁ ପ୍ରାଧାନ୍ୟ ଦିଆଯାଇଛି l ବିଶେଷକରି ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି l
ଘରୋଇ ଉତ୍ପାଦର ରପ୍ତାନି ବୃଦ୍ଧି କରିବା ତଥା ମେକ୍ ଇନ୍ ଇଣ୍ଡିଆ ଓ Ease of Doing Business କୁ ପ୍ରୋତ୍ସାହନ ଦେବା ପାଇଁ National Manufacturing Mission ଏବଂ Export Promotion Mission ଆରମ୍ଭ କରାଯାଇଛି l
ସେହିପରି, ଦକ୍ଷତା ବିକାଶ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ, ସଶକ୍ତ ଏବଂ ଶିଳ୍ପ ଉପଯୋଗୀ କରିବା ପାଇଁ ଦେଶରେ ୫ଟି Centres of Excellence ପ୍ରତିଷ୍ଠା କରାଯିବା ସହ ଭାରତକୁ ବିଶ୍ୱରେ key player ଭାବରେ ସକ୍ଷମ କରିବାକୁ ଗ୍ଲୋବାଲ୍ ସ୍କିଲିଂ ସହଭାଗୀତାକୁ ପ୍ରୋତ୍ସାହିତ କରାଯିବ l ତତସହିତ ୫୦୦ କୋଟି ଟଙ୍କା ବ୍ୟୟରେ AI କ୍ଷେତ୍ରରେ ଏକ Centre of Excellence ସ୍ଥାପନା କରାଯିବ l
ଏହା କେବଳ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଦିଗରେ କାର୍ଯ୍ୟ କରିବ ନାହିଁ, ବରଂ ଉତ୍କର୍ଷ ଓଡିଶାର ଲକ୍ଷ୍ୟ ସାଧନ ଦିଗରେ ବଳ ଯୋଗାଇବ l